ଆଜିର ଅନୁଚିନ୍ତା

anuchinta

ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ, ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ
ଅଳିଆ କାଚ ଉପରେ ଯେମିତି ସୂର୍ଯ୍ଯ ଙ୍କ ଆଲୋକ ପଡେ ନାହିଁ ସେହିପରି ଖରାପ ଲୋକ ଙ୍କ ଉପରେ ଈଶ୍ବର ଙ୍କ କୃପା ରହେ ନାହିଁ
ଯେତେ ବେଳେ ପବନ ବହେ ପଂଖା ବନ୍ଦ କରିଦେଲେ ଚଳିବ କିନ୍ତୁ ଈଶ୍ବର ଙ୍କ କୃପା ମିଳିଲେ ଈଶ୍ବର ଙ୍କୁ ଭକ୍ତି କରିବା ଛାଡିବା ଅନୁଚିତ।
ହୃଦୟଟା ଉତ୍ଫୁଲ୍ଲତାର କଣିକାରେ ପୁଲକିତ ହୁଏ ଯେତେବେଳେ ସନ୍ତାନ ସନ୍ତତିମାନେ ସମୟ,ସୁଯୋଗ ଓ ଉପଦେଶର ମର୍ଯ୍ୟାଦା ରଖନ୍ତି ;କିନ୍ତୁ ଆଶାର ଆକାଶରେ ଦୁଃଖର ଧୂମକେତୁ ପ୍ରତିଘାତ କରେ ଯେବେ ସେଇମାନେ ଅସତ୍ ପଥକୁ ଆପଣେଇ ପିତାମାତାଙ୍କର ସ୍ୱପ୍ନକୁ ଦିବାସ୍ୱପ୍ନ କରିଦିଅନ୍ତି
ବିଫଳତାପିଡିତ ଅଧୈର୍ଯ୍ୟ ବ୍ୟକ୍ତିକୁ ପଦୁଟେ ଉତ୍ସାହ-ଆଶ୍ୱାସନା,ସଫଳତାର ହିମାଳୟରେ ଉତ୍ଫୁଲ୍ଲିତ ବ୍ୟକ୍ତିକୁ ଭୂୟସୀ ପ୍ରଶଂସାଠାରୁ ବହୁଗୁଣେ ମୂଲ୍ୟବାନ।